ପ୍ରଥମ ବଂଶାବଳୀ 9 : 1 (ORV)
ଏହି ପ୍ରକାରେ ସମଗ୍ର ଇସ୍ରାଏଲ ବଂଶାବଳୀକ୍ରମେ ଲିଖିତ ହେଲେ; ଦେଖ, ତାହା ଇସ୍ରାଏଲ- ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି; ଅନନ୍ତର ଯିହୁଦା ଆପଣାମାନଙ୍କ ସତ୍ୟଲଙ୍ଘନ ସକାଶୁ ବନ୍ଦୀ ହୋଇ ବାବିଲ୍‍କୁ ନୀତ ହେଲେ ।
ପ୍ରଥମ ବଂଶାବଳୀ 9 : 2 (ORV)
ପୁଣି ଇସ୍ରାଏଲ, ଯାଜକଗଣ, ଲେବୀୟମାନେ ଓ ନଥୀନୀୟମାନେ ସେମାନଙ୍କ ଅଧିକାରସ୍ଥ ନଗର-ସମୂହରେ ପ୍ରଥମେ ବସତି କଲେ ।
ପ୍ରଥମ ବଂଶାବଳୀ 9 : 3 (ORV)
ପୁଣି ଯିହୁଦା-ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନ-ସନ୍ତାନଗଣ ମଧ୍ୟରୁ ଓ ଇଫ୍ରୟିମ ଓ ମନଃଶି-ସନ୍ତାନଗଣ ମଧ୍ୟରୁ ଏମାନେ ଯିରୂଶାଲମରେ ବାସ କଲେ; ଯଥା,
ପ୍ରଥମ ବଂଶାବଳୀ 9 : 4 (ORV)
ଯିହୁଦାର ପୁତ୍ର ପେରସର ସନ୍ତାନଗଣ ମଧ୍ୟରୁ ବାନିର ବୃଦ୍ଧ ପ୍ରପୌତ୍ର ଇମ୍ରିର ପ୍ରପୌତ୍ର ଅମ୍ରିର ପୌତ୍ର ଅମ୍ମୀହୂଦର ପୁତ୍ର ଊଥୟ;
ପ୍ରଥମ ବଂଶାବଳୀ 9 : 5 (ORV)
ଆଉ ଶୀଲୋନୀୟମାନଙ୍କ ମଧ୍ୟରୁ ପ୍ରଥମଜାତ ଅସାୟ ଓ ତାହାର ସନ୍ତାନଗଣ ।
ପ୍ରଥମ ବଂଶାବଳୀ 9 : 6 (ORV)
ଆଉ ସେରହର ସନ୍ତାନମାନଙ୍କ ମଧ୍ୟରୁ ଯୁୟେଲ ଓ ସେମାନଙ୍କ ଭ୍ରାତୃଗଣ, ଏମାନେ ଛଅ ଶହ ନବେ ଜଣ ।
ପ୍ରଥମ ବଂଶାବଳୀ 9 : 7 (ORV)
ବିନ୍ୟାମୀନ-ସନ୍ତାନଗଣ ମଧ୍ୟରୁ ହସନୁୟେଲର ପ୍ରପୌତ୍ର ହୋଦବିୟର ପୌତ୍ର ମଶୁଲ୍ଲମର ପୁତ୍ର ସଲ୍ଲୁ;
ପ୍ରଥମ ବଂଶାବଳୀ 9 : 8 (ORV)
ଆଉ ଯିରୋହମର ପୁତ୍ର ଯିବ୍ନୀୟ ଓ ମିଖ୍ରିର ପୌତ୍ର ଉଷୀର ପୁତ୍ର ଏଲା, ଆଉ ଇଦ୍ନୀୟର ପ୍ରପୌତ୍ର ରୁୟେଲର ପୌତ୍ର ଶଫ୍ଟୀୟର ପୁତ୍ର ମଶୁଲ୍ଲମ୍;
ପ୍ରଥମ ବଂଶାବଳୀ 9 : 9 (ORV)
ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଆପଣା ଆପଣା ବଂଶାବଳୀ ଅନୁସାରେ ନଅ ଶହ ଛପନ ଜଣ ଥିଲେ । ଏସମସ୍ତେ ଆପଣା ଆପଣା ପିତୃବଂଶାନୁସାରେ ପିତୃବଂଶର ପ୍ରଧାନ ଲୋକ ଥିଲେ ।
ପ୍ରଥମ ବଂଶାବଳୀ 9 : 10 (ORV)
ଆଉ ଯାଜକମାନଙ୍କ ମଧ୍ୟରେ ଯିଦୟୀୟ ଓ ଯିହୋୟାରୀବ୍ ଓ ଯାଖୀନ୍
ପ୍ରଥମ ବଂଶାବଳୀ 9 : 11 (ORV)
ଓ ପରମେଶ୍ଵରଙ୍କ ଗୃହର ଅଧ୍ୟକ୍ଷ ଅହୀଟୂବ୍ର ଅତି ବୃଦ୍ଧ ପ୍ରପୌତ୍ର ମରାୟୋତ୍ର ବୃଦ୍ଧ ପ୍ରପୌତ୍ର ସାଦୋକର ପ୍ରପୌତ୍ର ମଶୁଲ୍ଲମ୍ର ପୌତ୍ର ହିଲ୍‍କୀୟର ପୁତ୍ର ଅସରୀୟ,
ପ୍ରଥମ ବଂଶାବଳୀ 9 : 12 (ORV)
ଆଉ ମଲ୍‍କୀୟର ପ୍ରପୌତ୍ର ପଶ୍ହୂରର ପୌତ୍ର ଯିରୋହମର ପୁତ୍ର ଅଦାୟା, ପୁଣି ଇମ୍ମେରର ଅତି ବୃଦ୍ଧ ପ୍ରପୌତ୍ର ମଶିଲ୍ଲମୋରର ବୃଦ୍ଧ ପ୍ରପୌତ୍ର ମଶୁଲ୍ଲମ୍ର ପ୍ରପୌତ୍ର ଯହସେରାର ପୌତ୍ର ଅଦୀୟେଲର ପୁତ୍ର ମାସୟ;
ପ୍ରଥମ ବଂଶାବଳୀ 9 : 13 (ORV)
ଏମାନେ ଓ ଏମାନଙ୍କ ଭ୍ରାତୃଗଣ ଏକ ହଜାର ସାତ ଶହ ଶାଠିଏ ଜଣ; ଏମାନେ ଆପଣା ଆପଣା ପିତୃବଂଶର ପ୍ରଧାନ ଓ ପରମେଶ୍ଵରଙ୍କ ଗୃହର ସେବାକର୍ମରେ ଅତି ଦକ୍ଷ ଥିଲେ ।
ପ୍ରଥମ ବଂଶାବଳୀ 9 : 14 (ORV)
ଆଉ ଲେବୀୟମାନଙ୍କ ମଧ୍ୟରେ ମରାରି-ବଂଶଜାତ ହଶ୍ବୀୟର ପ୍ରପୌତ୍ର ଅସ୍ରୀକାମର ପୌତ୍ର ହଶୂବର ପୁତ୍ର ଶମୟୀୟ;
ପ୍ରଥମ ବଂଶାବଳୀ 9 : 15 (ORV)
ଆଉ ବକ୍ବକର, ହେରଶ୍ ଓ ଗାଲଲ୍ ଓ ଆସଫର ପ୍ରପୌତ୍ର ସିଖ୍ରିର ପୌତ୍ର ମୀଖାର ପୁତ୍ର ମତ୍ତନୀୟ
ପ୍ରଥମ ବଂଶାବଳୀ 9 : 16 (ORV)
ଓ ଯିଦୂଥୂନ୍ର ପ୍ରପୌତ୍ର ଗାଲଲ୍ର ପୌତ୍ର ଶମୟୀୟର ପୁତ୍ର ଓବଦୀୟ; ଆଉ ନଟୋଫାତୀୟମାନଙ୍କ ଗ୍ରାମବାସୀ ଇଲ୍‍କାନାର ପୌତ୍ର ଆସାର ପୁତ୍ର ବେରିଖୀୟ ।
ପ୍ରଥମ ବଂଶାବଳୀ 9 : 17 (ORV)
ଆଉ ଦ୍ଵାରପାଳ, ଶଲ୍ଲୁମ୍ ଓ ଅକ୍କୂବ୍ ଓ ଟଲ୍ମୋନ୍ ଓ ଅହୀମାନ୍ ଓ ଏମାନଙ୍କ ଭ୍ରାତୃଗଣ; ଶଲ୍ଲୁମ୍ ପ୍ରଧାନ ଥିଲା ।
ପ୍ରଥମ ବଂଶାବଳୀ 9 : 18 (ORV)
ଏମାନେ ଏପର୍ଯ୍ୟନ୍ତ ପୂର୍ବଦିଗସ୍ଥିତ ରାଜଦ୍ଵାରରେ ରହିଲେ; ଏମାନେ ଲେବୀ-ସନ୍ତାନମାନଙ୍କ ଛାଉଣିର ଦ୍ଵାରପାଳ ।
ପ୍ରଥମ ବଂଶାବଳୀ 9 : 19 (ORV)
ଏହି ଶଲ୍ଲୁମ୍ କୋରହର ପ୍ରପୌତ୍ର ଅବୀୟାସଫର ପୌତ୍ର କୋରିର ପୁତ୍ର; ଏ ଓ ଏହାର ପିତୃବଂଶଜ କୋରହୀୟ ଭ୍ରାତୃଗଣ ସେବାକର୍ମରେ ନିଯୁକ୍ତ ଓ ତମ୍ଵୁଦ୍ଵାରସବୁର ରକ୍ଷକ ଥିଲେ । ଏମାନଙ୍କ ପିତୃଲୋକମାନେ ସଦାପ୍ରଭୁଙ୍କ ଛାଉଣିରେ ନିଯୁକ୍ତ ଓ ପ୍ରବେଶସ୍ଥାନର ରକ୍ଷକ ଥିଲେ ।
ପ୍ରଥମ ବଂଶାବଳୀ 9 : 20 (ORV)
ପୂର୍ବକାଳରେ ଇଲୀୟାସରର ପୁତ୍ର ପୀନହସ୍ ସେମାନଙ୍କର ଅଧ୍ୟକ୍ଷ ଥିଲା, ଆଉ ସଦାପ୍ରଭୁ ତାହାର ସହବର୍ତ୍ତୀ ଥିଲେ ।
ପ୍ରଥମ ବଂଶାବଳୀ 9 : 21 (ORV)
ମଶେଲିମୀୟର ପୁତ୍ର ଜିଖରୀୟ ସମାଗମ-ତମ୍ଵୁର ଦ୍ଵାରପାଳ ।
ପ୍ରଥମ ବଂଶାବଳୀ 9 : 22 (ORV)
ଦ୍ଵାରପାଳର କାର୍ଯ୍ୟାର୍ଥେ ମନୋନୀତ ଏହି ଲୋକମାନେ ସର୍ବସୁଦ୍ଧା ଦୁଇ ଶହ ବାରଜଣ; ଏମାନଙ୍କ ଗ୍ରାମସମୂହରେ ଏମାନଙ୍କ ବଂଶାବଳୀ ଲିଖିତ ହୋଇଥିଲା, ଦାଉଦ ଓ ଶାମୁୟେଲ ଦର୍ଶକ ଏମାନଙ୍କୁ ଏମାନଙ୍କ ନିରୂପିତ କର୍ମରେ ନିଯୁକ୍ତ କରିଥିଲେ ।
ପ୍ରଥମ ବଂଶାବଳୀ 9 : 23 (ORV)
ଏହେତୁ ଏମାନେ ଓ ଏମାନଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ଗୃହର, ଅର୍ଥାତ୍, ତମ୍ଵୁଗୃହର ଦ୍ଵାରପାଳ-କର୍ମରେ ପ୍ରହରକୁ ପ୍ରହର ନିଯୁକ୍ତ ହେଲେ ।
ପ୍ରଥମ ବଂଶାବଳୀ 9 : 24 (ORV)
ଏହି ଦ୍ଵାରପାଳମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଚାରି ଦିଗରେ ରହିଲେ ।
ପ୍ରଥମ ବଂଶାବଳୀ 9 : 25 (ORV)
ଆଉ ଏମାନଙ୍କ ଗ୍ରାମସ୍ଥ ଭ୍ରାତୃଗଣକୁ ପ୍ରତି ସପ୍ତାହରେ ସେମାନଙ୍କ ସଙ୍ଗେ ରହିବା ପାଇଁ ସମୟକୁ ସମୟ ଆସିବାକୁ ହେଲା;
ପ୍ରଥମ ବଂଶାବଳୀ 9 : 26 (ORV)
କାରଣ ଏହି ଲେବୀୟ ଚାରି ପ୍ରଧାନ ଦ୍ଵାରପାଳ ନିରୂପିତ କାର୍ଯ୍ୟରେ ନିଯୁକ୍ତ ଓ ପରମେଶ୍ଵରଙ୍କ ଗୃହର କୋଠରି ଓ ଭଣ୍ତାରସମୂହର ଅଧ୍ୟକ୍ଷ ଥିଲେ ।
ପ୍ରଥମ ବଂଶାବଳୀ 9 : 27 (ORV)
ଆଉ ସେମାନେ ପରମେଶ୍ଵରଙ୍କ ଗୃହର ଚତୁର୍ଦ୍ଦିଗରେ ରାତ୍ରି କ୍ଷେପଣ କଲେ, କାରଣ ସେମାନଙ୍କ ଉପରେ ତହିଁର ରକ୍ଷାର ଭାର ଓ ପ୍ରତି ପ୍ରଭାତରେ ଦ୍ଵାର ଫିଟାଇବାର କାର୍ଯ୍ୟ ଥିଲା ।
ପ୍ରଥମ ବଂଶାବଳୀ 9 : 28 (ORV)
ଆଉ ସେମାନଙ୍କର କେତେକ ଲୋକ ସେବାର୍ଥକ ପାତ୍ରସବୁ ରକ୍ଷା କରିବାକୁ ନିଯୁକ୍ତ ଥିଲେ; କାରଣ ସେହି ପାତ୍ରସବୁ ସଂଖ୍ୟାନୁସାରେ ଭିତରକୁ ଅଣାଗଲା ଓ ବାହାରକୁ ନିଆଗଲା ।
ପ୍ରଥମ ବଂଶାବଳୀ 9 : 29 (ORV)
ମଧ୍ୟ ସେମାନଙ୍କର କେତେକ ଲୋକ ଆବାସର ସାମଗ୍ରୀ ଓ ସକଳ ପାତ୍ର ଓ ସରୁ ମଇଦା ଓ ଦ୍ରାକ୍ଷାରସ ଓ ତୈଳ ଓ କୁନ୍ଦୁରୁ ଓ ଗନ୍ଧଦ୍ରବ୍ୟ ରକ୍ଷାକାର୍ଯ୍ୟରେ ନିଯୁକ୍ତ ଥିଲେ ।
ପ୍ରଥମ ବଂଶାବଳୀ 9 : 30 (ORV)
ଆଉ ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ କେତେକ ଜଣ ସୁଗନ୍ଧିଦ୍ରବ୍ୟର ତୈଳ ପ୍ରସ୍ତୁତ କଲେ ।
ପ୍ରଥମ ବଂଶାବଳୀ 9 : 31 (ORV)
ଆଉ ଲେବୀୟମାନଙ୍କ ମଧ୍ୟରୁ କୋରହୀୟ ଶଲ୍ଲୁମ୍ର ଜ୍ୟେଷ୍ଠ ପୁତ୍ର ମତ୍ତଥୀୟ ପକ୍ଵାନ୍ନ-ତତ୍ତ୍ଵାବଧାରଣର ନିରୂପିତ କର୍ମରେ ନିଯୁକ୍ତ ଥିଲା ।
ପ୍ରଥମ ବଂଶାବଳୀ 9 : 32 (ORV)
ଆଉ ସେମାନଙ୍କ ଭ୍ରାତୃଗଣ କହାତୀୟ-ସନ୍ତାନଗଣ ମଧ୍ୟରୁ କେତେକ ଜଣ ପ୍ରତି ବିଶ୍ରାମବାର ଦର୍ଶନୀୟ ରୋଟୀ ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ ଥିଲେ ।
ପ୍ରଥମ ବଂଶାବଳୀ 9 : 33 (ORV)
ପୁଣି ଲେବୀୟମାନଙ୍କ ପିତୃବଂଶପ୍ରଧାନ ଯେଉଁ ଗାୟକମାନେ, ସେମାନେ କୋଠରିରେ ବାସ କଲେ ଓ ଅନ୍ୟ ସେବାରୁ ମୁକ୍ତ ଥିଲେ; କାରଣ ସେମାନଙ୍କୁ ଦିବାରାତ୍ରି ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ରହିବାକୁ ହେଲା ।
ପ୍ରଥମ ବଂଶାବଳୀ 9 : 34 (ORV)
ଏମାନେ ପ୍ରଧାନ ଲୋକ, ଆପଣା ଆପଣାର ସମୁଦାୟ ବଂଶାବଳୀରେ ଲେବୀୟମାନଙ୍କର ପିତୃବଂଶପ୍ରଧାନ ଥିଲେ; ଏମାନେ ଯିରୂଶାଲମରେ ବାସ କଲେ ।
ପ୍ରଥମ ବଂଶାବଳୀ 9 : 35 (ORV)
ଆଉ ଗିବୀୟୋନର ପିତା ଯୀୟେଲ୍ ଗିବୀୟୋନରେ ବାସ କଲା, ତାହାର ଭାର୍ଯ୍ୟାର ନାମ ମାଖା;
ପ୍ରଥମ ବଂଶାବଳୀ 9 : 36 (ORV)
ତାହାର ପ୍ରଥମଜାତ ପୁତ୍ର ଅବ୍ଦୋନ୍, ତହୁଁ ସୂର୍ ଓ କୀଶ୍ ଓ ବାଲ୍ ଓ ନେର୍ ଓ ନାଦବ୍
ପ୍ରଥମ ବଂଶାବଳୀ 9 : 37 (ORV)
ଓ ଗଦୋର୍ ଓ ଅହୀୟୋ ଓ ଜିଖରୀୟ ଓ ମିକ୍ଲୋତ୍ ।
ପ୍ରଥମ ବଂଶାବଳୀ 9 : 38 (ORV)
ମିକ୍ଲୋତ୍ ଶିମୀୟାମକୁ ଜାତ କଲା । ଏମାନେ ମଧ୍ୟ ଆପଣା ଭ୍ରାତୃଗଣ ସମ୍ମୁଖରେ ଯିରୂଶାଲମରେ ଆପଣା ଭ୍ରାତୃଗଣ ସହିତ ବାସ କଲେ ।
ପ୍ରଥମ ବଂଶାବଳୀ 9 : 39 (ORV)
ନେର୍ କୀଶ୍କୁ ଜାତ କଲା, କୀଶ୍ ଶାଉଲଙ୍କୁ ଜାତ କଲା ଓ ଶାଉଲ ଯୋନାଥନ୍ ଓ ମଲ୍‍କୀଶୂୟ ଓ ଅବୀନାଦବ ଓ ଈଶ୍ବାଲ୍‍କୁ ଜାତ କଲେ ।
ପ୍ରଥମ ବଂଶାବଳୀ 9 : 40 (ORV)
ପୁଣି ମରୀବ୍ବାଲ୍ ଯୋନାଥନର ପୁତ୍ର ଥିଲା ଓ ମରୀବ୍ବାଲ୍ ମୀଖାକୁ ଜାତ କଲା ।
ପ୍ରଥମ ବଂଶାବଳୀ 9 : 41 (ORV)
ମୀଖାର ପୁତ୍ର ପିଥୋମ୍ ଓ ମେଲକ୍ ଓ ତହରେୟ ଓ ଆହସ୍ ।
ପ୍ରଥମ ବଂଶାବଳୀ 9 : 42 (ORV)
ଆହସ୍ ଯାରହକୁ ଜାତ କଲା ଓ ଯାରହ ଆଲେମତ୍ ଓ ଅସ୍ମାବତ୍ ଓ ସିମ୍ରିକି ଜାତ କଲା; ସିମ୍ରି ମୋତ୍ସାକୁ ଜାତ କଲା
ପ୍ରଥମ ବଂଶାବଳୀ 9 : 43 (ORV)
ଓ ମୋତ୍ସା ବିନୀୟାକୁ ଜାତ କଲା; ବିନୀୟାର ପୁତ୍ର ରଫାୟ, ତାହାର ପୁତ୍ର ଇଲୀୟାସା, ତାହାର ପୁତ୍ର ଆତ୍ସେଲ ।
ପ୍ରଥମ ବଂଶାବଳୀ 9 : 44 (ORV)
ଆଉ ଆତ୍ସେଲର ଛଅ ପୁତ୍ର ଥିଲେ, ସେମାନଙ୍କ ନାମ ଏହି, ଅସ୍ରୀକାମ, ବୋଖରୁ ଓ ଇଶ୍ମାୟେଲ ଓ ଶିୟରୀୟ ଓ ଓବଦୀୟ ଓ ହାନନ୍; ଏସମସ୍ତେ ଆତ୍ସେଲ୍ର ସନ୍ତାନ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44

BG:

Opacity:

Color:


Size:


Font: